This browser does not support the video element.
ବଡସାହି: ବେତନଟୀ କଲେଜ ପରିସର ଜମିରୁ ବେଆଇନ ଗଛକଟାକୁ ନେଇ କଲେଜ କର୍ତୃପକ୍ଷଙ୍କ ଏତଲାକ୍ରମେ ବେତନଟୀ ପୁଲିସର ସରଜମିନ ତଦନ୍ତ
Barsahi, Mayurbhanj | Sep 6, 2025
ବେତନଟୀକଲେଜ ପରିସର ଜମିରୁ ବେଆଇନ ଗଛକଟାକୁ ନେଇ କଲେଜ କର୍ତୃପକ୍ଷ ଶନିବାର ଅପରାହ୍ନ ୪ଟାରେ ବେତନଟୀ ଥାନାରେ ଏତଲା ଦାଏର କରାଯାଇଛି l ସୂଚନା ମୁତାବକ କଲେଜ ଜମିରୁ କୌଣସି ବ୍ୟକ୍ତି ମୂଲ୍ୟବାନ ଶାଗୁଆନଗଛ ସମେତ ଏକାଧିକ ଗଛ କାଟିଦେଇଥିଲେ l କଲେଜଜମିରୁ ବେଆଇନ ଗଛକଟା ବାବଦରେ କଲେଜ କର୍ତୃପକ୍ଷ ଜାଣିବାପରେ ବେତନଟୀ ଥାନାରେ ଏତଲା ଦାଏର କରିଥିଲେ l ବେତନଟୀ କଲେଜ ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତ ଏନେଇ ବେତନଟୀ ଥାନାରେ ଏତଲା ଦାଏର କରିଛନ୍ତି l