This browser does not support the video element.
ମାଲକାନଗିରି: ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆମଦେବେଡା ଗ୍ରାମର ଚମ୍ପା ରାସପେଦାଙ୍କୁ ଭୁବନେଶ୍ବର ଠାରେ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ
Malkangiri, Malkangiri | Aug 26, 2025
ଦିଦାୟୀ ସମ୍ପ୍ରଦାୟର ପ୍ରଥମ ଝିଅ ଭାବରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ( NEET )ରେ ଉତ୍ତୀର୍ଣ୍ଣ ହୋଇ MBBS ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲାର ଚମ୍ପା ରାସପେଦାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମଂଗଳବାର ଅପରାହ୍ନରେ ମୁଖ୍ଯମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଜଣାଇଛନ୍ତି। ତାଙ୍କ ଦୃଢ଼ ସଂକଳ୍ପ ଓ ନିଷ୍ଠାପୂର୍ଣ୍ଣ ପରିଶ୍ରମ ଆମ ରାଜ୍ୟର ସବୁ ଯୁବକ-ଯୁବତୀଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିବ ବୋଲି କହି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।