This browser does not support the video element.
ଦେବଗଡ: ଜିଲ୍ଲାରେ ବଜ୍ରପାତ ଓ ଝଡବର୍ଷା ସମ୍ଭାବନା ପାଇଁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର
Debagarh, Debagarh (Deogarh) | Sep 11, 2025
ଦେବଗଡ ଜିଲ୍ଲାରେ ଗୁରୁବାର ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ବଜ୍ରପାତ ଏବଂ ଝଡବର୍ଷା ସହିତ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଏଥରସହ ଦେବଗଡ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡଘଡି ସହିତ ୩୦ ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଗୁରୁବାର ଠାରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହିତ ସତର୍କ ସୂଚନା ଦିଆଯାଇଥିବା ବେଳେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଆକଳନ କରାଯାଇଛି।ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଠାରୁ ଗୁରୁବାର ଦିନ ପ୍ରାୟ ୧.୩୦ ରେ ସୂଚନା ମିଳିଛି।