This browser does not support the video element.
ବୌଦ୍ଧ ସଦର: ଆନନ୍ଦପୁର ଗ୍ରାମ ନିକଟରେ ହାତୀପଲ, ଗ୍ରାମବାସୀ ଆତଙ୍କିତ
Baudh Sadar, Boudh (Bauda) | Aug 27, 2025
ବୁଧବାର ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମ ନିକଟରେ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ମହାନଦୀ ପାର ହୋଇ ଚାଲି ଆସିଥିବା ହାତୀ ପଲ ରହିଥିବା ଦେଖିବାକୁ ମିଳିଛି l ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି l ସେହିପରି ଉକ୍ତ 8 ଟିକିଆ ହାତୀ ପଲ ଚାଷୀ ମାନଙ୍କ ଧାନ ଚାଷ ଗୁଡିକ ଖାଇବା ସହ ମାଡ଼ି ନଷ୍ଟ କରି ଦେଉଥିବା ଅଭିଯୋଗ ହୋଇଛି | ଗତ 3 ଦିନ ଧରି ଉକ୍ତ 8 ଟିକିଆ ହାତୀ ପଲ ଡମ୍ବରୁ ଗଡ ଓ ଆଖ ପାଖ ଅଞ୍ଚଳ ରେ ରହୁ ଥିବାରୁ 50 ରୁ ଉର୍ଦ୍ଧ୍ବ ଗ୍ରାମରେ ବିଦ୍ୟୁତ କାଟ ହୋଇଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି l