This browser does not support the video element.
କେନ୍ଦ୍ରାପଡା: ରାସ୍ତାର ଅବସ୍ଥା ଯୋଗୁଁ ଚାଲିଗଲା ଜୀଵନ ବାଇକରେ ପଡି ଜଣେ ମୃତ । ପଶ୍ଚିମଭେଡାଗାଁ ରାସ୍ତାରୁ ଆସିଲା ଦୃଶ୍ୟ,ବୃଦ୍ଧଙ୍କ ମୃତ୍ୟୁ
Kendrapara, Kendrapara | Sep 2, 2025
ରାସ୍ତାର ଅବସ୍ଥା ଯୋଗୁଁ ଚାଲିଗଲା ଜୀଵନ ବାଇକରେ ପଡି ଜଣେ ମୃତ । ରାଜନଗର ବ୍ଲକ ଭିତରଗଡ଼ ପଞ୍ଚାୟତ ଚାରିପୋଖରିଆ ଗ୍ରାମର କଳାକାର ରାଉତ(୬୦)ବାଇକରୁ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । କଳାକାର ନିଜ ଗ୍ରାମ ଚାରିପୋଖରିଆରୁ ବାଇକ ଯୋଗେ ପଶ୍ଚିମଭେଡା ଗାଁ କୁ ଯାଇଥିଲେ । ସେ ପଶ୍ଚିମଭେଡା ଗାଁ ମୁଣ୍ଡରେ ଯାଉଥିବାବେଳେ ଏକ ଖାଲରେ କାଦୁଅ, ପାଣି ଭିତରକୁ ବାଇକଟି ପଶିଗଲା ଯାହା ଫଳରେ ଭାରସାମ୍ୟ ହରାଇ ପଡିଯାଇଥିଲା।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ମୃତ୍ୟୁ ଘୋଷଣା କରିଥିଲେ ।