This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ବହାବଳ ପୁର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସଚେତନତା କାର୍ଯ୍ୟକ୍ରମ,ଯୋଗ ଦେଲେ ସଦର ବିଧାୟକ
Baleshwar M, Balasore | Sep 8, 2025
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଟାରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାବଳପୁର ପଞ୍ଚାୟତ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ଜୀବନ ରକ୍ଷାକାରୀ ଉପକରଣ ବଣ୍ଟନ କରାଯାଇଛି।ଏହି ଅବସରରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କୁ ଲାଇଫ୍ ବୋୟ ଓ ଲାଇଫ୍ ଜାକେଟ୍ ଭଳି ଜୀବନ ରକ୍ଷାକାରୀ ଉପକରଣ ବଣ୍ଟନ କରୁଥିଲେ। ପ୍ରତିକୂଳ ପରିସ୍ଥିତିରେ ଏହା ସେମାନଙ୍କୁ ସୁରକ୍ଷା ଦେବାରେ ସହାୟକ ହୋଇପାରିବ ବୋଲି କହିଥିଲେ।