Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସରକନ୍ତରା କଲଭର୍ଟ ନିକଟରେ ଥିବା ଏକ ପାନ ଦୋକାନରୁ ଗଞ୍ଜେଇ ଜବତ ଏବଂ ଜଣେ ଅଭିଯୁକ୍ତ ଗିରଫ

Bhubaneswar M Corp, Khordha | Sep 10, 2025
ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଏୟାରଫୀଲ୍ଡ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେସାଲ ଟିମ୍ ସଦଳବଳେ ସରକନ୍ତରା କଲଭର୍ଟ ନିକଟରେ ଥିବା ଏକ ପାନ ଦୋକାନରେ ଅତର୍କିତ ଚଢ଼ଉ କରିବା ସହ ବେଆଇନ ଗଞ୍ଜେଇ ବିକ୍ରି ଅଭିଯୋଗରେ ପାନ ଦୋକାନୀ ତଥା ଅଭିଯୁକ୍ତ ପ୍ରବୀଣ କୁମାର ଜେନାଙ୍କୁ କାବୁ କରିଛନ୍ତି । ଛାନବିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୧.୭ କେଜି ଓଜନର ଗଞ୍ଜେଇ, ୨୫୫୦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ପାନ ଦୋକାନରେ ବେଆଇନ ଗଞ୍ଜେଇ ବିକ୍ରି କରୁଥିବା କଥା ସ୍ଵୀକାର କରିଛି ।
Read More News
T & CPrivacy PolicyContact Us