This browser does not support the video element.
ପାଟଣାଗଡ: ବଳଦ କୁ ବଞ୍ଚାଇବାକୁ ଯାଇ ପାଣି ରେ ବୁଡ଼ି ବାହାବଲ ରେ ଜଣଙ୍କ ର ମୃତ୍ୟୁ
Patnagarh, Balangir | Sep 24, 2025
ବେଲପଡା ବ୍ଳକ ଅନ୍ତର୍ଗତ ବାହାବଲ ଗ୍ରାମରେ ଅଘଟଣ ଘଟି ଜଣଙ୍କ ମୃତ୍ୟୁ ହୋଇଛି ।ବାହାବଲ ଗ୍ରାମର ଭିଭୀସନ ବାଗ ନାମକ ଜନୈକ ବ୍ୟକ୍ତି ଦୁଇଟି ବଳଦ ନେଇ ବୁଧବାର ଅପରାହ୍ନରେ ଜମି କୁ ଯାଇଥିଲେ ।ଗ୍ରାମ ନିକଟରେ ଥିବା ଯୋର ରେ ବର୍ଷା ଯୋଗୁଁ ପାଣି ଆସୁଥିଲା ଏଥିରେ ବଳଦ ଦୁଇଟି ଭାସି ଯାଇ ଥିଲେ ।ବଳଦ କୁ ବଞ୍ଚାଇବା ପାଇଁ ଭିଭୀସନ ପାଣି ଭିତରକୁ ପଶି ଯାଇ ଥିଲେ ।ବଳଦ ଦୁଇଟି ପାଣି ରୁ ବାହାରି ଥିବା ବେଳେ ଭିଭୀସନ ପାଣି ରେ ବୁଡ଼ି ଯାଇଥିଲେ ।ଦୀର୍ଘ ସମୟ ପାଣି ରୁ ନ ବାହାରିବାରରୁ ଗ୍ରାମ ବାସୀ ଖୋଜାଖୋଜି କରି ମୃତ ଦେହ ଉଦ୍ଧାର କରିଥିଲେ