Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ସମବାୟ ସମିତିରେ ୟୁରିଆ ସାର ପାଇଁ ପ୍ରବଳ ଗହଳି

Nuapada, Nuapada | Sep 4, 2025
ନୂଆପଡ଼ା ଜିଲ୍ଲାର ୨୬ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ୟୁରିଆ ସାର୍ ବିକ୍ରି ହେଉଥିବା ବେଳେ ଘରୋଇ ଡ଼ିଲର୍ ମଧ୍ୟ ସାର ବିକ୍ରି କରୁଛନ୍ତି। ଜିଲ୍ଲାକୁ ଆସିଥିବା ୨୬,୯୦୦ ବସ୍ତା ସାର ବିକ୍ରୀ ହଉଛି। ଦୀର୍ଘ ୪ ଦିନ ଧରି ସାର ବିକ୍ରି ହେଉଥିବା ବେଳେ ୟୁରିଆ ସାର ନେବା ପାଇଁ ଚାଷୀ ଦିନ ତମାମ ଲାଇନରେ ରହି ସାର ନେଇଛନ୍ତି। ତାଙ୍କ ଫସଲ ପାଇଁ ୟୁରିଆ ସାର୍ ଆବଶ୍ୟକ ଥିବା ବେଳେ ଅନ୍ୟାନ୍ୟ କାମ ଛାଡ଼ି ଚାଷୀ ୟୁରିଆ ସାର ନେଇଛନ୍ତି। ୭୧୦ ଜଣ ଚାଷୀ ୭୧୦ ବସ୍ତା ୟୁରିଆ ସାର ନେଇଥିବା ନେଇ ଆଜି ୨ ଟାରେ ଖଡିଆଳ ପ୍ରାଥମିକ କୃଷୀ ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us