This browser does not support the video element.
ଝାରସୁଗୁଡା: ଆମଦର ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି
Jharsuguda, Jharsuguda | Aug 31, 2025
ଜାତୀୟ ରାଜପଥ -୪୯ ଝାରସୁଗୁଡା ଜିଲ୍ଲା ବେଲପାହାଡ ଗାନ୍ଧୀଛକ ରାସ୍ତା ଆମଦର ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି l ଆଜି ପୂର୍ବାହ୍ନ ପ୍ରାୟ ୧୧ ଟାରୁ ୧୧ ଟା ୩୦ ମଧ୍ୟରେ ଏହି କାର ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ଜାତୀୟ ରାଜପଥ ୪୯ ରେ ଦ୍ରୁତଗତି ରେ କାର ଟି ଯାଉଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l ଅନ୍ୟପଟେ ଦୁର୍ଘଟଣା ବିଷୟରେ ପୋଲିସ କୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ l ଘଟଣା ସ୍ଥଳ କୁ ପୋଲିସ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତା ରେ କାର ଏବଂ କାର ରେ ଥିବା ଯାତ୍ରୀମାନଂକୁ ଉଦ୍ଧାର କରିଥିଲା l