This browser does not support the video element.
କୋରାପୁଟ ସହର: କୋରାପୁଟ ଓଏମପି ଠାରେ ଓଏସଏପି ପକ୍ଷରୁ ଆୟୋଜିତ ଦୁର୍ଗା ମେଢରେ ଅଷ୍ଟମୀ ପୂଜା ଅନୁଷ୍ଠିତ
Koraput Town, Koraput | Sep 30, 2025
କୋରାପୁଟ ଓଏମପି ଠାରେ ଓଏସଏପି ପକ୍ଷରୁ ଆୟୋଜିତ ଦୁର୍ଗା ମେଢରେ ଅଷ୍ଟମୀ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୨ଟା ସମୟରେ କୋରାପୁଟ ଓଏମପି ପୂଜା ମଣ୍ଡପରେ ଅଷ୍ଟମୀରେ ହୋମଯଜ୍ଞ ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଓଏମପି ପୂଜା ମଣ୍ଡପକୁ ୬୨ ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ବୁଗି ଉଗି ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରା ଯାଉଛି। ଦଶମୀ ଦିନ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ କରାଯିବା ସହ ଓଏସଏପି ରେ କାର୍ଯ୍ୟରତ ପରିବାର ମଧ୍ୟରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ଓଏସଏପି ସଂଘ ସଭାପତି କହିଛନ୍ତି।