This browser does not support the video element.
ପୋଲସରା: ବୁଗୁଡ଼ା ସ୍ଥିତ ବାସଭବନ ଠାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ସାକ୍ଷାତକରୀ ଦାବିପତ୍ର ପ୍ରଦାନ କଲେ ଗାଁ ସାଥି
Polasara, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଗାଁ ସାଥି ମାନେ ୨୦୦୮ ମସିହାରେ ସର୍ବାଧିକ ଯୋଗ୍ୟତା ଆଧାରରେ ଗାଁ ସାଥି ବା (MATE) ରୂପେ ନିଯୁକ୍ତି ପାଇ ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡ଼ିକରେ ଏମଜିଏନ୍ଆରଇଜିଏ ଯୋଜନାକୁ ସୂଚାରୁରୂପେ ସମ୍ପାଦକ କରି ଆସୁଛନ୍ତି । ହେଲେ ଦୀର୍ଘ ୧୬ ବର୍ଷ ହେଲା ଗାଁ ସାଥି ମାନେ ଅବହେଳିତ ହୋଇ ଆସୁଛନ୍ତି। ଯାହାଦ୍ବାରା ନିଜ ପରିବାର ପ୍ରତିପୋଷଣ ରେ ଅସମର୍ଥ ଗାଁ ସାଥି l ଯାହାକୁ ନେଇ ଆଜି ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ବୁଗୁଡ଼ା ସ୍ଥିତ ବାସଭବନରେ ଭେଟିଛନ୍ତି l