This browser does not support the video element.
କଟକ ପୌରାଞ୍ଚଳ: ବାଙ୍କୀରେ ଯୁବକଙ୍କ ଉନ୍ମକ୍ତ କାଣ୍ଡ, ଦୋକାନକୁ କଲେ ଭଙ୍ଗାରୁଜା, ଥାନାରେ ଏତଲା
Cuttack M Corp PS, Cuttack | Aug 23, 2025
କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଜଣେ ଯୁବକ ଉନ୍ମକ୍ତ କାଣ୍ଡ କରିଛନ୍ତି। ବାଙ୍କୀ ସିନେମା ହଲ ନିକଟରେ ଥିବା ଏକ ଦୋକାନ ଭଙ୍ଗାରୁଜା କରିଛନ୍ତି। ଯୁବକ ଜଣକ ହାତରେ ଏକ ପାଇପ ଧରି ଦୋକାନରେ ଥିବା କମ୍ପ୍ୟୁଟର ସହ ଅନନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଛନ୍ତି। ଏ ନେଇ ଶନିବାର ରାତି ୯ ଟା ସମୟରେ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି ଦୋକାନ ମାଲିକ ଓ ବଣିକ ସଂଘ। ଶନିବାର ଅପରାହ୍ନ ସମୟରେ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି।