Download Now Banner

This browser does not support the video element.

ଦେବଗଡ: ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ବିକ୍ଷୋଭ ଶୋଭାଯାତ୍ରା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ଦାବିପତ୍ର ପ୍ରଦାନ

Debagarh, Debagarh (Deogarh) | Sep 12, 2025
ରିଆମାଳ ଥାନା ତଥା ତିଲେଇବଣି ବ୍ଲକ ଅନ୍ତର୍ଗତ କେନ୍ଦେଇଜୁରୀ ଗ୍ରାମରେ ଗତ ୩ ତାରିଖ ଘଟିଥିବା ଦଳିତ ଯୁବକ କିଶୋର ଚମାର ହତ୍ୟାକାଣ୍ଡ ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ହତ୍ୟାକାଣ୍ଡର ପ୍ରତିବାଦ ସହିତ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଗିରଫଦାରୀ, ପୀଡିତ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ ସହିତ ମୃତକଙ୍କ ବିଧବା ପତ୍ନୀଙ୍କୁ ସରକାରୀ ଚାକିରୀ ଓ ପିଲାଙ୍କୁ ନିଃଶୁଳ୍କ ଶିକ୍ଷା ପ୍ରଦାନ ଦାବୀ ହୋଇଛି।
Read More News
T & CPrivacy PolicyContact Us