This browser does not support the video element.
ଯାଜପୁର: କୋରେଇ ବିଜେପି ପକ୍ଷରୁ ପଛିକୋଟ କାର୍ଯ୍ୟାଳୟରେ ଅଷ୍ଟମ ବାର୍ଷିକ କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ
Jajapur, Jajpur | Aug 22, 2025
କୋରେଇ ବିଜେପି ପକ୍ଷରୁ ପଛିକୋଟ କାର୍ଯ୍ୟାଳୟରେ ଅଷ୍ଟମ ବାର୍ଷିକ କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ହେଇଯାଇଛି l ଆଜି କୋରେଇ ବିଜେପି ମଣ୍ଡଳ ସଭାପତିଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ଦେଶ ଓ ରାଜ୍ୟର ବିକାଶ କ୍ଷେତ୍ରରେ ବିଜେପି ଦଳର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l ତେବେ ଆଗାମୀ ଦିନରେ ମୋଦୀ ସରକାର ବିକାଶ ଧାରା କାର୍ଯ୍ୟକୁ ପାଥୟ କରି କିଭଳି ଆଗକୁ ଯିବା ଉପସ୍ଥିତ ଅତିଥି ମାନେ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ମହିଳା, ଯୁବ ଓ ବରିଷ୍ଠ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l