This browser does not support the video element.
କଣ୍ଟାମାଳ: ତାଳବେଡା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ବାଳକ ମୃତ, ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର
Kantamal, Boudh (Bauda) | Sep 1, 2025
ସୋମବାର ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଘଣ୍ଟାପଡ଼ା ପଞ୍ଚାୟତର ତାଲବେଡ଼ା ଗ୍ରାମରେ ଏକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ବାଳକର ମୃତ ଦେହ ସୋନପୁର ଠାରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଛି l । ବାଳକର ନାମ କପିଳାସ ବଗର୍ତ୍ତୀ (୮ବର୍ଷ), ଦ୍ୱିତୀୟ ଶ୍ରେଣୀର ଛାତ୍ର ଥିଲା। ସୂଚନା ଅନୁସାରେ ବାଳକଟି ରାତିରେ ଖାଇ ପିଇ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ କଲେର ସାପ ଆସି କାମୁଡ଼ି ଦେଇଥିଲା l ପରିବାର ଲୋକେ ସୋନପୁର ଡାକ୍ତରଖାନା ଆଣିଥିଲେ ଓ ସେଠାରେ ମୃତ୍ୟୁବରଣ କରିଥିଲେ |