This browser does not support the video element.
ନୟାଗଡ: ଇଟାମାଟି ଥାନା ପରିସରରେ ମଦ ପିଇବା ଘଟଣାରେ ASI ଙ୍କୁ ନିଲମ୍ବନ କଲେ ଜିଲ୍ଲା ଏସିପି
Nayagarh, Nayagarh | Aug 25, 2025
ASI ଙ୍କୁ ନିଲମ୍ବନ । ଥାନା ଭିତରେ ମଦ ପିଇବା ପଡିଲା ମହଙ୍ଗା। ପୋଲିସ ASI ଙ୍କୁ ନିଲମ୍ବନ କଲେ ନୟାଗଡ SP । ଚଳିତ ମାସ 23 ତାରିଖ ଦିନ ଇଟାମାଟି ଥାନା ର କାର୍ଯ୍ୟରତ ASI ଦଣ୍ଡପାଣି ଦାସ ଥାନା ପରିସର ରେ ମଦ୍ୟପାନ କରିଥିଲେ। ଇଟାମାଟି IIC ଖବର ପାଇ ସିସିଟିଭି ଯାଞ୍ଚ କରିଥିଲେ। ସେ ମଦ ପିଉଥିବା ପ୍ରମାଣିତ ହେବାପରେ ନୟାଗଡ SP ଙ୍କୁ ଖବର ଦେଇଥିଲେ। ପୂର୍ବରୁ ତାଙ୍କ ନାମରେ ବିଭିନ୍ନ ସଂଗୀନ ମାମଲା ରେ ଲିପ୍ତଥିବା ଇଟାମାଟି iic କହିଛନ୍ତି।