This browser does not support the video element.
କଣ୍ଟାମାଳ: ଖଟ ଖଟିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୋଲିସ ଉପସ୍ଥିତିରେ ଚାଷୀଙ୍କୁ ବଣ୍ଟନ ହେଲା ୟୂରିଆ ସାର
Kantamal, Boudh (Bauda) | Sep 13, 2025
ଶନିବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳି ପଦର ପାକ୍ସ ଅନ୍ତର୍ଗତ ଖଟ ଖଟିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୋଲିସ ଉପସ୍ଥିତିରେ ଚାଷୀଙ୍କୁ ୟୂରିଆ ସାର ବଣ୍ଟନ କରା ଯାଉଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଶିମିଳି ପଦର ପାକ୍ସକୁ ଗତକାଲି ରାତିରେ ଚାଷୀଙ୍କୁ ବିକ୍ରୀ ପାଇଁ 600 ବସ୍ତା ୟୂରିଆ ସାର ଆସିଥିବା ବେଳେ ଆଜି ସକାଳେ ଖଟ ଖଟିଆ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ 2 ହଜାରରୁ ଉର୍ଦ୍ଧ୍ବ ଚାଷୀ ସମବେତ ହୋଇଥିଲେ | ଫଳରେ ସାର ପାଇଁ ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l ପୋଲିସ ଉପସ୍ଥିତିରେ ସାର ବଣ୍ଟନ ଚାଲିଥିବା ଦେଖିବାକୁ ମିଳିଛି l