This browser does not support the video element.
ବରୀ ରାମଚନ୍ଦ୍ରପୁର: ଜିଲ୍ଲାର ଲଘୁଚାପ ପ୍ରଭାବରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଯାଜପୁର ଟାଉନ କାର୍ଯ୍ୟାଳୟରେ ପତିକ୍ରିୟା ଦେଲେ ଜିଲ୍ଲାପାଳ
Bari Ramachandrapur, Jajpur | Sep 2, 2025
ଜିଲ୍ଲାର ଲଘୁଚାପ ପ୍ରଭାବରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଯାଜପୁର ଟାଉନ କାର୍ଯ୍ୟାଳୟରେ ପତିକ୍ରିୟା ଦେଲେ ଜିଲ୍ଲାପାଳ। ଗତ କାଲି ମଧ୍ୟ ରାତ୍ରରୁ ଲାଗି ରହିଛି ଏହି ଲଗାଣ ବର୍ଷା। ହାଲୁକା ପବନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବିଭିନ୍ନ ଖାଲୁଆ ରାସ୍ତାରେ ବର୍ଷା ପାଣି ଜମି ରହିଛି। ଏଥିସହ ବୈତରଣୀ ନଦୀର ଉପର ମୁଣ୍ଡରେ ମଧ୍ୟ ବର୍ଷା ଜାରି ରହି ଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ପୂର୍ଵ ବନ୍ୟା ଯୋଗୁଁ ଦଶରଥପୁରରେ ଘାଇ ସୃଷ୍ଟି ହୋଇଥିଲା। ଘାଇ ମରାମତି କାର୍ଯ୍ୟ ସରି ନଥିବାରୁ ବନ୍ଧ ମୁକୁଳା ପଡିଛି। ଯାହାକୁ ନେଇ ଭୟଭୀତ ଦଶରଥପୁରବାସୀ।