Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଇବା ବାଣ୍ଟି ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କଲା ଡ୍ରାଇଭର ମହାସଂଘ

Nabarangapur PS, Nabarangpur | Sep 1, 2025
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଇବା ବାଣ୍ଟି ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କଲା ଡ୍ରାଇଭର ମହାସଂଘ ନବରଙ୍ଗପୁର ଡ୍ରାଇଭର ମହାସଂଘ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଡ୍ରାଇଭର ମହାସଂଘ ସଭାପତି ଶୁଭମ ରାଓ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସଂଘର ସମସ୍ତ ସଦସ୍ୟଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଉପ ସଭାପତି ସୁକାନ୍ତ ସୁନ୍ଦାର, ସମ୍ପାଦକ ତାପସ ମଲ୍ଲିକ, ସହ ସମ୍ପାଦକ କୃଷ୍ଣଚନ୍ଦ୍ର ପରି, କୋଷାଧକ୍ଷ ମଧୁସୂଦନ ରାଓ ଏବଂ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us