This browser does not support the video element.
ବରଗଡ: ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ ଓଡିଶା ଜନତା ସଂଘର୍ଷ ସମିତି ପକ୍ଷରୁ ଅନୁଷ୍ଠିତ ହେଲା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
Bargarh, Bargarh (Baragarh) | Aug 31, 2025
ରବିବାର ଦିବା 12 ଘଣ୍ଟା ସମୟରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ବରଗଡ ଠାରେ ଓଡିଶା ଜନତା ସଂଘର୍ଷ ସମିତି ବରଗଡ (ସ୍ବେଛାସେବୀ ଜନ କଲ୍ୟାଣ ସଂଗଠନ) ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ର ଅନେକ ସଂଗଠନ ଓ ସ୍ବେଚ୍ଛାସେବୀ ମାନେ ତଥା ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ସମାଜର ଉନ୍ନତିକୁ ନେଇ ଆଲୋଚନା କରିଥିଲେ | ବର୍ତ୍ତମାନ ବରଗଡ଼ରେ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଯୁବପିଢ଼ି ନିଶାରେ ରହୁଥିବା ଦେଖାଯାଉଛି ଯାହାକୁ ନେଇ ଅନେକ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ।