This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଚିକଲପଦରରେ ସାର ବୋଝେଇ ଟ୍ରାକ୍ଟର ଅଟକାଇ ନିଜ ନିଜ ଭିତରେ ସାର ବାଣ୍ଟିନେଲେ ଗ୍ରାମବାସୀ
Nabarangapur PS, Nabarangpur | Aug 28, 2025
ଚିକଲପଦରରେ ସାର ବୋଝେଇ ଟ୍ରାକ୍ଟର ଅଟକାଇ ନିଜ ନିଜ ଭିତରେ ସାର ବାଣ୍ଟିନେଲେ ଗ୍ରାମବାସୀ ସାର ଗାଡି ଧରିଲେ ଏବଂ ନିଜ ନିଜ ମଧ୍ୟରେ ବାଣ୍ଟିନେଲେ ଗ୍ରାମବାସୀ।ଚଳିତ ବର୍ଷ ଅସହ୍ୟ ହେଲାଣି ସାର ସମସ୍ୟା, ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଚିକଲପଦର ଗ୍ରାମରେ ଏକ ଟ୍ରାକ୍ଟର ରେ ପ୍ରାୟ 100ବସ୍ତା ୟୁରିଆ ସାର ଯାଉଥିବା ବେଳେ ଗ୍ରାମବାସୀ ଟ୍ରାକ୍ଟର ଟିକୁ ଅଟକାଇ ସ୍ଥାନୀୟ କୃଷି ଅଧିକାରୀ, ପୋଲିସ ଙ୍କ ଉପସ୍ଥିତିରେ ସମସ୍ତ ୟୁରିଆ ସାର କୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିବା ଦେଖିବାକୁ ମିଳି ଥିଲା। ସେପଟେ ଉକ୍ତ ଟ୍ରାକ୍ଟର ଟିକୁ ପୋଲିସ ନିଜ ଜିମାରେ ଥାନାକୁ ଆଣିଛି