This browser does not support the video element.
ଝାରସୁଗୁଡା: ବେଲପାହାଡ ଷ୍ଟେସନ, ବେଲପାହାଡ ଫାଟକ, ଗୁମାଡେରା, ସମଡା ଆଦି ଅଂଚଳରେ ଧୁମଧାମ ରେ ଗଣେଶ ପୂଜା ପାଳନ
Jharsuguda, Jharsuguda | Aug 27, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ଷ୍ଟେସନ, ବେଲପାହାଡ ଫାଟକ, ଗୁମାଡେରା, ସମଡା ଆଦି ଅଂଚଳରେ ଧୁମଧାମ ରେ ଗଣେଶ ପୂଜା ପାଳନ କରାଯାଉଛି l ଆଜି ପୂର୍ବାହ୍ନ ରେ ପୂଜାର୍ଚନା କରାଯାଇଥିବାବେଳେ ସନ୍ଧ୍ୟା ୬ ଟା ୩୦ ରେ ସନ୍ଧ୍ୟା ଆରତୀ ସମୟରେ ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି l ଗଜାନନ ଙ୍କ ଦର୍ଶନ କରି ଆସିଷ ନେଇଛନ୍ତି ଶ୍ରଦ୍ଧାଳୁମାନେ l ସୁନ୍ଦର ଆଲୋକ, ତୋରଣ, ସାଜଶଜ୍ୟା ରେ ଶୋଭା ପାଉଛି ମଣ୍ଡପ l ଫଳରେ ବେଲପାହାଡ ଷ୍ଟେସନ, ବେଲପାହାଡ ଫାଟକ, ଗୁମାଡେରା, ସମଡା ଆଦି ଅଂଚଳରେ ଏକ ଭକ୍ତିମୟ ପରିବେଶ ଦେଖାଦେଇଛି l