This browser does not support the video element.
କେନ୍ଦୁଝର ସଦର: ଶ୍ରୀରାମପୁର ରେ ଝୁମ୍ପୁରା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ,୧୬୫ ଲି. ମଦଶହ ବିପୁଳ ପରିମାଣର ପୋଚ ନଷ୍ଟ
Kendujhar Sadar, Kendujhar | Jan 5, 2025
ଆଜି ୬ ଟାରେ ମିଳିଥିବା ସୂଚନା ଅନୁସାରେ ବିଶେଷ ସୂତ୍ରରୁ ସୂଚନା ପାଇ କେନ୍ଦୁଝର ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ଝୁମ୍ପୁରା ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଶ୍ରୀରାମପୁର ରେ ମିଳିତ ଚଢାଉ କରାଯାଇଥିଲା।ଏହି ଚଢାଉ ସମୟରେ ୧୬୫ ଲି. ମଦ ଜବଦ ସହ ୩୨୫୦ କିଲୋ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି।ଏହି ଚଢାଉ ରେ ଝୁମ୍ପୁରା ପୋଲିସ ସହ ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା ଓ କନେଷ୍ଟବଳ ଅନନ୍ତ ରାଜ ଓ ପୂଜା ବେହେରା ପ୍ରମୁଖ ସାମିଲ ଥିଲେ।