This browser does not support the video element.
ଦେବଗଡ: ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ଭାଲୁଚବା ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
Debagarh, Debagarh (Deogarh) | Sep 10, 2025
ରିଆମାଳ ବ୍ଲକ ଭାଲୁଚବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟ ଆସିନଥିବା ବେଳେ ଅଭିଭାବକ ଏବଂ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ଆଜି ଦିନ ୪ ଟା ପର୍ଯ୍ୟନ୍ତ ଧାରଣା ଦେବା ସହିତ ପ୍ରତିବାଦ ଜଣାଇଛନ୍ତି । ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଥିବା ବେଳେ ଜଣେ ସହକାରୀ ଶିକ୍ଷକଙ୍କୁ ବିଏଲଓ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେହିପରି ଅନ୍ୟ ଜଣେ ଶିକ୍ଷକଙ୍କ ବଦଳି ଆଦେଶ ଜାରି କରାଯାଇଛି ।