This browser does not support the video element.
ପୋଲସରା: ବୁଦ୍ଧଖୋଲ ଠାରେ ଶ୍ରୀ ଶ୍ରୀ ଶ୍ରୀ ବଳଦେବ ସ୍ୱାମୀ ଘୋରୋଇ ବସ ମାଲିକ ସଙ୍ଘ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ
Polasara, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ର ପଞ୍ଜିକୃତ ଶ୍ରୀ ଶ୍ରୀ ବଳଦେବ ସ୍ୱାମୀ ଘୋରୋଇ ବସ ମାଲିକ ସଙ୍ଘ ଆଜି ତାର ପ୍ରଥମ ବାର୍ଷିକ ଉତ୍ସବ ପାଳିଛି l ବୁଗୁଡ଼ା ସହର ନିକଟ ବୁଦ୍ଧଖୋଲ ପୀଠ ପରିସର ଏକ କଲ୍ୟାଣ ମଣ୍ଡପ ଠାରେ ସଙ୍ଘ ପକ୍ଷରୁ ଏହି ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଙ୍ଘ ସଭାପତି ହରପ୍ରସାଦ ଦାଶ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସଂଘର ସମସ୍ତ ସଦସ୍ୟ ସାମିଲ ହୋଇ ସଙ୍ଘ ର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋକ ପାତ ହେବା ସହ ଏକ ବୈଠକ ଆୟୋଜନ ହୋଇଥିଲା l