This browser does not support the video element.
ଅନୁଗୋଳ: ତଳମୂଳ ଗ୍ରାମରେ ଥିବା ଦୁର୍ଗା ମାଧବ ମନ୍ଦିରରୁ ସୁନା ଚେନ ଲୁଟ
Anugul, Angul | Sep 29, 2025
ଦଶହରାରେ ତଳମୂଳ ଦୁର୍ଗା ମାଧବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ବେକରୁ ସୁନା ହାର ଲୁଟ ହୋଇଛି। ଲୁଟର ଶିକାର ମହିଳାଙ୍କ ନାମ ସବିତା ସାହୁ। ସବିତାଙ୍କ ବାପ ଘର ତଳମୂଳରେ ହୋଇଥିବା ତାଙ୍କ ଶାଶୂ ଘର ମହୀଧରପୁରରେ। ସେ ତାଙ୍କ ସ୍ୱାମୀ ଛବି ନାରାୟଣ ସାହୁଙ୍କ ସହ ସକାଳ ୧୦ଟା ବେଳେ ତଳମୂଳ ଦୁର୍ଗା ମାଧବ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ବେଳେ ଭିଡର ସୁଯୋଗ ନେଇ କେହି ଲୁଟେରା ତାଙ୍କ ବେକରୁ ଲୁଟେରା ସାଢେ ତିନି ଭରିର ସୁନା ହାର ଲୁଟି ଫେରାର ହୋଇଯାଇଛନ୍ତି। ଏ ନେଇ ସେ ମହୀଧରପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ