This browser does not support the video element.
ଅନୁଗୋଳ: ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଅଭିନବ ପ୍ରୟାସ, ଦେଶର ସୈନିକ ପାଇଁ ପଠାଇଲେ ରାକ୍ଷୀ
Anugul, Angul | Aug 1, 2025
ଅନୁଗୁଳ ଜିଲ୍ଲା ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଅଭିନବ ପ୍ରୟାସ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଭାରତୀୟ ସୈନିକଙ୍କୁ ପଠାଇଲେ ରାକ୍ଷୀ । ଭାରତୀୟ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା ଏକ ଅନନ୍ୟ ପର୍ବ ଯାହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଅତୁଟ ସ୍ନେହ ଓ ବିଶ୍ବାସର ବନ୍ଧନକୁ ସୁଦୃଢ କରିଥାଏ । ଏହି ପବିତ୍ର ଅବସରକୁ ଆଖୁ ଆଗରେ ରଖୁ ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ଏକ ପ୍ରଶଂସନୀୟ ଉଦ୍ୟମ ମାଧ୍ୟମରେ ଭାରତୀୟ ସୀମାରେ ନିୟୋଜିତ ବୀର ସୈନିକମାନଙ୍କୁ ରାକ୍ଷୀ ପଠାଇ ସେମାନଙ୍କ ସୁରକ୍ଷା ଓ କୁଶଳତା ପାଇଁ ପ୍ରାର୍ଥନା କରିଛନ୍ତି ।