This browser does not support the video element.
ବଲାଙ୍ଗୀର: ବିଜାଖମନରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସ୍ଥିତି ପରିଦର୍ଶନ, ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କଲେ ଲୋକେ
Balangir, Balangir | Aug 22, 2025
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଆଜି ଅପରାହ୍ନ ୧ ଟା ସମୟରେ ୱାର୍ଡ ନମ୍ବର ୧୮ ର ବିଜାଖମନ ଅଞ୍ଚଳକୁ ସ୍ଥିତି ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସ୍ଥାନୀୟ ଲୋକମାନେ ରାସ୍ତାର ଦୁରବସ୍ଥା, ନାଳ ଓ ନର୍ଦ୍ଦମା ଅବରୋଧ, ବିଜୁଳୀ ସୁବିଧା ଅଭାବ ସହିତ ଅନ୍ୟାନ୍ୟ ସମସ୍ୟାଗୁଡ଼ିକ ଉପସ୍ଥାପନ କରିଥିଲେ। ପୌରାଧ୍ୟକ୍ଷା ସବୁ ଅଭିଯୋଗକୁ ଗୁରୁତ୍ୱ ସହକାରେ ଶୁଣି, ଆସନ୍ତା ଦିନରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି । ସେ କହିଥିଲେ, ନାଗରିକମାନଙ୍କ ମୁଖ୍ୟ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିକରେ ସମାଧାନ କରାଯିବା ପାଇଁ ପୌରପାଳିକା ପ୍ରଶାସନ ପ୍ରତିବଦ୍ଧ।