Download Now Banner

This browser does not support the video element.

ନର୍ଲା: ଏମ ରାମପୁର ରେ ମା ଡୋକରୀଙ୍କ ପ୍ରଥମ ଛତର ଯାତ୍ରା।ହଜାର ହଜାର ଭକ୍ତଙ୍କ ସମାଗମ

Narala, Kalahandi | Sep 30, 2025
ଏମ ରାମପୁର ରେ ମା ଡୋକାରୀଙ୍କ ଛତର ଯାତ୍ରା ପ୍ରଥମ ଥର ପାଳିତ ହୋଇଯାଇଛି। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଏମ ରାମପୁର ସହର।ଏମ ରାମପୁର ରେ ଥିବା ଜେନାଖାଲରେ ମା ଡୋକାରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ମାଙ୍କ ବିଜୟ ପ୍ରତିମା ଛତର ବାହାରି ମନ୍ଦିରକୁ ନିଆଯାଇଛି।ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଛନ୍ତି । ଶାନ୍ତିର ପ୍ରତୀକ ଭାବେ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଛି। ବୀର ବାଦ୍ୟ ଘୁମୁରା, କୀର୍ତ୍ତନ ର ତାଳେ ତାଳେ ମା'ଙ୍କୁ ପାଛୋଟି ନେଇଛନ୍ତି ଶ୍ରଦ୍ଧାଳୁ ।
Read More News
T & CPrivacy PolicyContact Us