This browser does not support the video element.
ପୋଲସରା: ଚିରିକିପଡାଶାସନ ଗ୍ରାମରେ ମହିଳାଙ୍କୁ ଛୁରୀଭୂଷି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ
Polasara, Ganjam | Sep 27, 2025
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଚିରିକିପଡାଶାସନ ଗ୍ରାମରେ ଗତ ୨୨ ତାରିଖ ରେ ଜଣେ ମହିଳା ଙ୍କୁ ଛୁରୀ ଭୁସି ହତ୍ୟା କାଣ୍ଡ ଘଟଣା ରେ ଜଣେ ବ୍ୟକ୍ତି କୁ ଗିରଫ କରିଛି ପୋଲିସ l ଗିରଫ ଅଭିଯୁକ୍ତ ସୁରେନ୍ଦ୍ର ସେଠୀ ହୋଇଥିବା ଜଣାପଡ଼ିଛି । ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଶୈଳ ସେଠୀ ନାମକ ମହିଳା ଙ୍କୁ ଗ୍ରାମର ବାଘୁଆ କେନାଲ ନିକଟ ଗୁଡିମାଳ ସାହି ପଡିଆ ଜମିରେ ଛୁରୀ ଭୁସି ହତ୍ୟା କରିଥିଲା ଅଭିଯୁକ୍ତ l ହତ୍ୟା କାଣ୍ଡ ପରେ ଅଭିଯୁକ୍ତ ଫେରାର ମାରିଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଞ୍ଚଳରୁ ଅଭିଯୁକ୍ତ ସହ ମାରଣାସ୍ତ୍ର ଜବତ କରିଛି ପୋଲିସ l