This browser does not support the video element.
ପୋଲସରା: କଳମ୍ବ ଗ୍ରାମ ନିକଟ ଗୋଟିଏ ଜୁଆ ଆଡା ଉପରେ ଚଢ଼ାଉ,୧୧ ଯୁଆଡ଼ି ଗିରଫ
Polasara, Ganjam | Oct 5, 2025
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପୋଲିସ କଳମ୍ବ ଗ୍ରାମରେ ଚାଲିଥିବା ଗୋଟିଏ ଜୁଆ ଆଡା ଉପରେ ଚଢ଼ାଉ କରି ୧୧ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିଥିବା ଜଣାପଡିଛି l ସୂଚନା ମୁତାବକ ପୋଲସରା ପୋଲିସ ଖବର ପାଇ ଆଜି ଦିବା ୨ ଘଣ୍ଟା ସମୟରେ କଳମ୍ବ ଗ୍ରାମ ନିକଟରେ ଚାଲିଥିବା ଜୁଆ ଆଡା ଉପରେ ଚଢ଼ାଉ କରିଥିଲା l ଏହି ଚଢ଼ାଉବେଳେ ୧୧ ଜୁଆଡ଼ି ଙ୍କ ସମେତ ନଗଦ ୪୨ ହଜାର ୪୦୦ ଶହ ଟଙ୍କା ଏବଂ ତାସ ଜବତ କରିଛି ପୋଲିସ l