This browser does not support the video element.
ତଲସରା: ବାଡ଼ା ପଡ଼ା ଗ୍ରାମ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଖଟିଆରେ ବୁହା ହେଲେ ରୋଗୀ
Talasara, Sundargarh | Sep 11, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ବ୍ଳକର ଦେଓଗା ଗ୍ରାମ ପଞ୍ଚାୟତର କୁଟୁରାପଡି ସ୍ଥିତ ବାଡ଼ା ପଡ଼ା ପଯ୍ୟନ୍ତ ୧୦୮ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ରାସ୍ତା ଅବସ୍ଥା ଶୋଚନୀୟ ରହିଥିବା ଯୋଗୁଁ ଆମ୍ବୁଲାନ୍ସ ବାଡ଼ା ପଡ଼ା ଗ୍ରାମ କୁ ଯାଇ ପାରିଲାନି ଯାହା ଫଳରେ ଗ୍ରାମବାସୀ ମାନେ ରୋଗୀ କୁ ଅଧ କିଲୋମିଟର ଖଟିଆରେ ବୋହି ଆଣିଥିଲେ। ଏହି ଘଟଣା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।