This browser does not support the video element.
ଯାଜପୁର: ମା ଦୁର୍ଗାଙ୍କ ପୂଜା ପାଇଁ ବ୍ୟାସନଗର ସ୍ଥିତ ତହସିଲ କାର୍ଯ୍ୟାଳୟରେ ଦୁର୍ଗାପୂଜା କମିଟି ଓ ଜିଲ୍ଲା ପ୍ରଶାସନ ବୈଠକ ଅନୁଷ୍ଠିତ
Jajapur, Jajpur | Sep 9, 2025
ମା ଦୁର୍ଗାଙ୍କ ପୂଜା ପାଇଁ ବ୍ୟାସନଗର ସ୍ଥିତ ତହସିଲ କାର୍ଯ୍ୟାଳୟରେ ଦୁର୍ଗାପୂଜା କମିଟି ଓ ଜିଲ୍ଲା ପ୍ରଶାସନ ବୈଠକ ଅନୁଷ୍ଠିତ ହେଇଯାଇଛି l ଆଜି ବ୍ୟାସନଗର ତହସିଲଦାର ଦେବାଶିଷ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରସ୍ତୁତି ବୈଠକରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ଚଳିତ ବର୍ଷ କିଭଳି ଦୁର୍ଗାପୂଜା ଧୂମ ଧାମର ସହିତ ପାଳନ କରାଯିବ ଆଲୋଚନା କରିଥିଲେ l ଏହି ବୈଠକ ବ୍ୟାସନଗର ପୌର ପରିଷଦର ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପୂଜା ସମୟରେ ଦେଖା ଦେଉଥୁବା ବିଭିନ୍ନ ସମସ୍ୟା ଉପରେ ବିଧାୟକଙ୍କୁ ଅବଗତ କରିଥିଲେ