Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଟାଉନ୍ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢଉ,୧୬ ଜୁଆଡି ଗିରଫ, ବାଇକ, ନଗଦ ଟଙ୍କା ଓ ମୋବାଇଲ ଫୋନ ଜବତ

Koraput Town, Koraput | Sep 28, 2025
କୋରାପୁଟ ପୋଲିସ ୧୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଟଙ୍କା ସହ ୧୬ ବାଇକ, ମୋବାଇଲ ଫୋନ ଜବତ କରିଥିବା ଜଣା ପଡ଼ିଛି। କୋରାପୁଟ ଆରକ୍ଷୀ ଅଧିକ୍ଷକ ବାସଭବନ ନିକଟ ଈଲାଇଟ କ୍ଳବରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇ ଶନିବାର ରାତିରେ ଟାଉନ୍ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ବରେ ସବ ଇନ୍ସପେକ୍ଟର ରଞ୍ଜିତ ମିଶ୍ର, ଉମେଶ ଧାରୁଆ,ରାଜେଶ ପ୍ରିୟଦର୍ଶିନୀ ନାୟକ, ଏଏସଆଇ ସରତ ଚନ୍ଦ୍ର ବିଷୋୟୀ ସହ ଏକ ପୁଲିସ ଟିମ ଚଢାଉ କରିଥବା ଆଜି ଦିନ ୩ଘଣ୍ଟା ସମୟରେ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us