Download Now Banner

This browser does not support the video element.

ଦେବଗଡ: ଗୋହିରା ସାହିରେ ସର୍ପ ଦଂଶନରେ ଯୁବତୀ ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି

Debagarh, Debagarh (Deogarh) | Sep 10, 2025
ଦେବଗଡ ଗୋହିରା ସାହିରେ ବୁଧବାର ସନ୍ଧୟାରେ ସର୍ପ ଦଂଶନରେ ଜଣେ ଯୁବତୀ ଅସୁସ୍ଥ ହୋଇ ପଡିଛନ୍ତି । ଯୁବତୀ ଜଣକ ମୁଚି ମୁଣ୍ଡାଙ୍କ ଝିଅ ପାୟଲ ମୁଣ୍ଡା ବୋଲି ଜଣାପଡିଛି । ପାୟଲଙ୍କୁ ଘର ଭିତରେ ଏକ ବିଷାକ୍ତ ସର୍ପ ଦଂଶନ କରିଥିଲା । କିଛି ସମୟ ପରେ ସେ ଅସୁସ୍ଥ ଅନୂଭବ କରିବା ସହିତ ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଦେବଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ସନ୍ଧ୍ୟା ପ୍ରାୟ ୭.୩୦ରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି ।
Read More News
T & CPrivacy PolicyContact Us