This browser does not support the video element.
କଟକ ପୌରାଞ୍ଚଳ: ପୁରୁଣା କଟକ ସମ୍ବଲପୁର ରାସ୍ତା ନୂଆପଡ଼ା ବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
Cuttack M Corp PS, Cuttack | Sep 13, 2025
କଟକ ଜିଲ୍ଳା ଆଠଗଡ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତା ନୂଆପଡ଼ା ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ମୃତକ ହେଲେ ବୀରକିଶୋରପୁର ଗ୍ରାମର ରଶ୍ମିତା ସାହୁ। ଶନିବାର ସନ୍ଧ୍ୟା ୫ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ନୂଆପଡ଼ା ବ୍ରିଜ ନିକଟରେ ମହିଳା ଜଣକ ଯାଉଥିବା ସମୟରେ ତାଙ୍କ ଉପରେ ହାଇୱା ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠେଇଛି।