This browser does not support the video element.
କଟକ ପୌରାଞ୍ଚଳ: ଫୁଲନଖରା ଅଞ୍ଚଳରୁ ପାନ ଦୋକାନରୁ ଗଞ୍ଜେଇ ଜବତ ସହ ଦୋକାନୀକୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ
Cuttack M Corp PS, Cuttack | Sep 5, 2025
କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ଅଞ୍ଚଳରେ ଥିବା ଏକ ପାନ ଦୋକାନରେ ସ୍ପେଶାଲ କ୍ରାଇମ ୟୁନିଟ ଚଢ଼ାଉ କରି ୫ କେଜି ଗଞ୍ଜେଇ ଜବତ କରିବା ସହ ଦୋକାନୀକୁ ବାନ୍ଧି ନେଇଛି। ଗିରଫ ଦୋକାନୀ ଜଣକ ହେଲା ଚରଣ ଭୋଇ। ଏ ନେଇ ଶୁକ୍ରବାର ରାତି ୧୦.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ତା ନିକଟରୁ ଗଞ୍ଜେଇ ସହ ନଗଦ ୯ ହଜାର ୫୨୦ ଟଙ୍କା ଜବତ କରାଯାଇଛି।