This browser does not support the video element.
ଅନୁଗୋଳ: ମଙ୍ଗଳପୁର ଗ୍ରାମରେ ଘରେ ରୋଷେଇ ବେଳେ ଗ୍ୟାସ୍ ପାଇପ୍ ଫାଟି ଜଣେ ଗୁରୁତର
Anugul, Angul | Sep 13, 2025
ଗ୍ୟାସ୍ ପାଇପ୍ ଫାଟି ବାରୁ ଜଣେ ଗୁରୁତର ହୋଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଗୁରୁତର ଜଣ ଙ୍କ ହେଲେ ମଙ୍ଗଳପୁର ଗ୍ରାମର ନିରୋଦ ଚନ୍ଦ୍ର ତ୍ରିପାଠୀ ଙ୍କ ପୁଅ ପ୍ରକାଶ କୁମାର ତ୍ରିପାଠୀ (୫୫) ବୋଲି ଜଣା ପଡିଛି। ସୂଚନା ଯେ, ଆଜି ସକାଳ ସମୟରେ ମଙ୍ଗଳପୁର ଗ୍ରାମର ପ୍ରକାଶ ନିଜ ଘରେ ଗ୍ୟାସ୍ ଯୋଗେ ଠାକୁର ପୂଜା ପାଇଁ ଖେଚୁଡ଼ି ରୋଷେଇ କରୁଥିବା ବେଳେ ଗ୍ୟାସ୍ ପାଇପ୍ ଫାଟି ଥିଲା। ଯାହା ଫଳରେ ପ୍ରକାଶ ଗୁରୁତର ହୋଇଯାଇଥିଲେ। ପ୍ରକାଶ ଙ୍କୁ ପରିବାର ଲୋକ ଏକ କାର ଯୋଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ପ୍ରକାଶ ଙ୍କ ଅବସ୍ଥା ସଂକଟାପନ୍ନ ହ