This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସହର ମହତାବ ଛକଠାରେ ବ୍ରାଉନସୁଗାର ଜବତ ସହ 2 ଯୁବକଙ୍କୁ ଗିରଫ କରିଛି ଟାଉନ ପୋଲିସ
Bhadrak Rural, Bhadrak | Sep 10, 2025
ଭଦ୍ରକ ସହର ମହତାବ ଛକଠାରେ ବ୍ରାଉନସୁଗାର ଜବତ 2 ଗିରଫ, ଭଦ୍ରକ ସହରର ମହତାବ ଛକରେ ଟାଉନ ପୋଲିସ ଆଜି ଦିନ 2 ଟାରେ ଚଢ଼ାଉ କରି 2 ଜଣଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ 16.41 ଗ୍ରାମ ବ୍ରାଉସୁଗାର ଜବତ କରିଛି। ଉଭୟ ଅଭିଯୁକ୍ତ ଯାଜପୁର ଅଞ୍ଚଳର ହୋଇଥିବା ବେଳେ ସେମାନେ ଭଦ୍ରକର ବିଭିନ୍ନ ସ୍ଥାନକୁ ବ୍ରାଉସୁଗାର ପହଞ୍ଚାଉଥିବା ଜଣାପଡ଼ିଛି। ଘଟଣାରେ ଅଭିଯୁକ୍ତ ବ୍ୟବହୃତ ମୋଟର ସାଇକେଲ, ତିନୋଟି ଫୋନ ସହିତ କିଛି ଟଙ୍କା ମଧ୍ୟ ଜବତ କରିଛି। ଉଭୟଙ୍କୁ ପୋଲିସ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି