This browser does not support the video element.
ଝାରସୁଗୁଡା: ବେଲପାହାଡ ଜଗନ୍ନାଥ କଲ୍ୟାଣ ମଣ୍ଡପ ରେ ସମଡ଼ା ପ୍ରାଥମିକ ବିଦ୍ୟାଳୟ ର ଶତଵାର୍ଷିକୀ ପାଳନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି
Jharsuguda, Jharsuguda | Sep 5, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ଜଗନ୍ନାଥ କଲ୍ୟାଣ ମଣ୍ଡପ ରେ ସମଡ଼ା ପ୍ରାଥମିକ ବିଦ୍ୟାଳୟ ର ଶତଵାର୍ଷିକୀ ପାଳନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି l ଆଜି ଶୁକ୍ରବାର ଅପରାହ୍ନ ୩ ଟା ରୁ ୫ ଟା ଯାଏଁ ଅନୁଷ୍ଠିତ ଏହି ବୈଠକରେ ଗୋପୀନାଥ ବେହେରା ଅଧକ୍ଷତା କରିଥିବାବେଳେ ଭାସ୍କର ପଟେଲ ବୈଠକ କୁ ପରିଚାଳନା କରିଥିଲେ l ସମଡ଼ା ପ୍ରାଥମିକ ବିଦ୍ୟାଳୟ ୧୯୨୬ ମସିହାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୦୨୬ ମସିହାରେ ବିଦ୍ୟାଳୟକୁ ୧୦୦ ବର୍ଷ ପୂରଣ ହେବାକୁ ଯାଉଛି l ତେଣୁ ବିଦ୍ୟାଳୟର ଶତଵାର୍ଷିକୀ ଉତ୍ସବକୁ ଧୁମଧାମ ରେ ପାଳନ କରିବାପାଇଁ ଏକପ୍ରସ୍ତାବ ସର୍ବ ସମ୍ମତି କ୍ରମେ ନିଆଯାଇଛି l