This browser does not support the video element.
କେନ୍ଦୁଝର ସହର: ଜେନାପଦା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ନଦେବା ଘଟଣା ପ୍ରତିିକ୍ରିୟା ରଖିଛନ୍ତି ବିଇଓ
Kendujhar Town, Kendujhar | Sep 9, 2025
ସେପ୍ଟେମ୍ବର ପାଞ୍ଚ ତାରିଖ ଗୁରୁଦିବସ୍ରେ ଘସିପୁରା ବ୍ଲକ ଅନ୍ତର୍ଗତ ଅଳତି ପଞ୍ଚାୟତର ଜେନାପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗୁରୁ ପୂଜା ନିମନ୍ତେ ପହଞ୍ଚିବା ପରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନ୍ମଥ ଘଡ଼ାଇ ମଧ୍ୟାହ୍ନ ଭୋଜନ ବଦଳରେ ଗୋଟିଏ ଲେଖାଏଁ ଚକୋଲେଟ୍ ଦେଇ ଛାତ୍ରଛାତ୍ରୀଙ୍କୁ ବିଦା କରିଦେଇଥିଲେ। କେବଳ ସେତିକି ନୁହେଁ, ୭୨ ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇଥିବା ସୂଚନା ମଧ୍ୟ ସେ ହାଟ୍ସ ଆପ୍ ଗ୍ରୁପରେ ପୋଷ୍ଟ କରିଥିଲେ। ସୂଚନା ଅନୁଯାୟୀ, ସେ