This browser does not support the video element.
ପଟ୍ଟାଙ୍ଗୀ: କୋଟିଆ ପଞ୍ଚାୟତ ସୁଲିଆ ମାରି ବ୍ରିଜରେ ମାଡ଼ି ଆସିଲା ପାହାଡ଼ିଆ ପାଣି,ଓଲଟିଲା ଟ୍ରାକ୍ଟର ଫସିଲା ଟିପର
Pottangi, Koraput | Aug 27, 2025
ଓଲଟିଲା ଟ୍ରାକ୍ଟର ଫସିଲା ଟିପର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଟାଙ୍ଗି ବ୍ଳକ କୋଟିଆ ପଞ୍ଚାୟତର ସୁଲିଆ ମାରି ଗ୍ରାମରେ। ଲଘୁଚାପ ପ୍ରଭାବରେ ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ପଟାଙ୍ଗି ବ୍ଳକର କୋଟିଆ ପଞ୍ଚାୟତ ସୁଲିଆ ମାରି ଗ୍ରାମ ନଦୀରେ ଆଜି ସଂନ୍ଧ୍ୟା ୫ଘଣ୍ଟା ସମୟରେ ଅଚାନକ ପାହାଡ଼ିଆ ପାଣି ମାଡ଼ି ଯିବାରୁ ଏକ ଟ୍ରାକ୍ଟର ଓଲଟି ପଡିଥିବା ବେଳେ ଏକ ଟିପର ମଝିରେ ଫସି ଯାଇଥିବା ଦେଖିବାକୁ ମିଳିଛି। ଗତ ୪ ବର୍ଷ ହେବ ସୁଲିଆ ମାରି ଗ୍ରାମରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେଉନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ।