Download Now Banner

This browser does not support the video element.

ବିଶୋଇ: ଲୁହାକାନୀ ଗ୍ରାମର ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନିମନ୍ତେ ଆଜି ଘଟ ଉତ୍ତୋଳନ ଉତ୍ସବ ଅନୁଷ୍ଠିତ

Bisoi, Mayurbhanj | Jul 12, 2024
ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ଗ୍ରାମରେ ହନୁମାନ ମନ୍ଦିର ପାଇଁ ଗତ ୨୦୧୯ ମସିହାରେ ପଣ୍ଡିତ ସ୍ଵରୂପ କୁମାର ଦାସ ଙ୍କ ଦ୍ଵାରା ଭୂମି ପୂଜନ ହୋଇଥିଲା। ତେବେ ୬ ବର୍ଷ ଅତିବାହିତ ଭିତରେ ଲୁହାକାନୀ ଗ୍ରାମ ବାସିନ୍ଦାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟାରେ ଆଜି ଲୁହାକାନୀ ବାସୀଙ୍କ ଆଶା ପୂରଣ ହୋଇଛି। ହନୁମାନ ମନ୍ଦିର କମିଟିର ଉପଦେଷ୍ଟା ତଥା ସତ୍ୟନାଥ ବେହେରା,ଦୀଲିପ ନନ୍ଦ,ତ୍ରୋୟଲକ ବେହେରା ପ୍ରମୁଖ ଙ୍କ ମୂଖ୍ୟ ଭୂମିକା ଏବଂ ଗ୍ରାମର ଆବାଳବୃଦ୍ଧବନିତା ଙ୍କ ସହଯୋଗରେ ଆଜି ଅପରାହ୍ନ ଦୁଇଟା ସମୟରେ ଘଟ ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us