This browser does not support the video element.
ଛତ୍ରପୁର: ନକଲି ସୁନା ଚୁଡି ଦେଇ ଏକାଧିକ ବ୍ୟାଙ୍କରୁ ୨୦ ଲକ୍ଷ ଠକେଇ, ବ୍ରହ୍ମପୁରରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ
Chhatrapur, Ganjam | Aug 27, 2025
ନକଲି ସୁନା ଚୁଡି ଦେଇ ୬ଟି ବ୍ୟାଙ୍କରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଛି। ଏହି ଠକେଇ ପଛରେ ଜଣେ ଉତ୍ତରପ୍ରଦେଶର ଜଣେ ଯୁବକ ଓ ୨ ଜଣ ବାଲେଶ୍ବର ବ୍ୟକ୍ତିଙ୍କ ହାତ ରହିଛି। ଏହି ଅଭିଯୁକ୍ତଙ୍କୁ ସହଯୋଗ କରିବାକୁ ଯାଇ ଗଞ୍ଜାମ ଜିଲାର ଜଣେ ବ୍ୟକ୍ତି ଫସି ଯାଇଛନ୍ତି। ତାଙ୍କ ସମ୍ପର୍କୀୟ ନାଁରେ ଉପରୋକ୍ତ ୬ଟି ବ୍ୟାଙ୍କରେ ସୁନା ଋଣ ପଡିଛି। ତେବେ ଘଟଣା ସାମ୍ନାକୁ ଆସିବା ପରେ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ପୁଲିସ କୌଶଳକ୍ରମେ ୩ ଅଭିଯୁକ୍ତଙ୍କୁ ବୁଧବାର ଅପରାହ୍ନରେ ଗିରଫ କରିଛି।