This browser does not support the video element.
ଝାରସୁଗୁଡା: ବେଲପାହାଡ ପୌର ପରିଷଦରେ କୋଟି କୋଟି ଟଙ୍କା ହେରଫେରର ତଦନ୍ତ କରିବ ଅର୍ଥନୈତିକ ଅପରାଧ ଶାଖା
Jharsuguda, Jharsuguda | Aug 24, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦରେ ୨୦୨୪-୨୫ ଆର୍ଥିକ ବର୍ଷରେ କୋଟି କୋଟି ଟଙ୍କା ହେରଫେର ର ତଦନ୍ତ କରିବ ଅର୍ଥନୈତିକ ଅପରାଧ ଶାଖା (EOW) l ପୁର୍ବରୁ ବେଲପାହାଡ ପୋଲିସ କରୁଥିବା ତଦନ୍ତ EOW କୁ ହସ୍ତାନ୍ତର ହୋଇଛି l ଏହି ଦୁର୍ନୀତି ଘଟଣାକୁ ନେଇ ୧୫ ଦିନିଆ ସ୍ୱତନ୍ତ୍ର ଅଡିଟ ଗତ ୧୮ ତାରିଖରୁ ଆରମ୍ଭ ହୋଇଛି l ଅନ୍ୟପଟେ ଏହି ଦୁର୍ନୀତି କୁ ନେଇ ବେଲପାହାଡ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ କ୍ରମେ ଆକାଉଣ୍ଟଟାଣ୍ଟ ବିଭୁତି ସାହୁ କୁ ବେଲପାହାଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସାନିଟେସନ ଏକ୍ସପର୍ଟ ସୋମ୍ୟ ବିଶ୍ୱରଂଜନ ମହାଳି ଫେରାର ଅଛନ୍ତି l