This browser does not support the video element.
କୋରାପୁଟ ସହର: ଅଭିଯୁକ୍ତକୁ ଗିରଫ ଦାବିରେ ରାଣିଗଡ ଫାଣ୍ଡି ସମ୍ମୁଖରେ ମୃତଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ
Koraput Town, Koraput | Sep 6, 2025
ଜମିଜମା ବିବାଦକୁ ନେଇ ବିଶିଂପୁର ଥାନା ପାଙ୍ଗିଗୁଡ଼ା ଗ୍ରାମରେ ଗୁରୁବାର ଅପରାହ୍ନରେ ଧନୁର୍ଜୟ ନାୟକ ଓ ପୁଅ ଶିବା ନାୟକକୁ ଦୁବୃର୍ତ୍ତ ମାନେ ଖଣ୍ଡାରେ ହାଣି ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଶୁକ୍ରବାର ସକାଳେ ପୁଅ ଶିବା ନାୟକଙ୍କ ବିଶାଖାପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶନିବାର ଅପରାହ୍ନରେ ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ଅଞ୍ଚଳବାସୀ ରାଣୀଗଡ଼ ଫାଣ୍ଡି ସମ୍ମୁଖରେ ଆଜି ସନ୍ଧ୍ୟା ୫ଟା ସମୟରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।