This browser does not support the video element.
ଝାରସୁଗୁଡା: ଝାରସୁଗୁଡା ସହର ସ୍ଥିତ ସଂଜୀବନି ହସ୍ପିଟାଲ ଠାରେ ଆଜି NICU ଓ ଡାଇଲେସିସ ୟୁନିଟ ର ଉଦ୍ଘାଟନ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ
Jharsuguda, Jharsuguda | Sep 4, 2025
ଝାରସୁଗୁଡା ସହର ସ୍ଥିତ ସଂଜୀବନି ହସ୍ପିଟାଲ ଠାରେ ଆଜି NICU ଓ ଡାଇଲେସିସ ୟୁନିଟ ର ଉଦ୍ଘାଟନ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଆଜି ସକାଳ ସାଢେ ଦଶଟା ସମୟରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି NICU ଓ ଡାଇଲେସିସ ୟୁନିଟ ର ଉଦ୍ଘାଟନ କରିଥିବା ବେଳେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏହା ଦ୍ବାରା ଝାରସୁଗୁଡା ଜିଲ୍ଲାର ଉଚ୍ଚ କୋଟିର ଚିକିତ୍ସାସେବା ମିଳିପାରିବ ଏବଂ ଏହା ଦ୍ବାରା ଅନେକ ଗୁରୁତର ରୋଗୀ ଓ ଶିଶୁ ଉପକୃତ ହୋଇପାରିବେ ବୋଲି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମତବ୍ୟକ୍ତ କରିଥିଲେ।