This browser does not support the video element.
ଝାରସୁଗୁଡା: ବେଲପାହାଡ ପୌରପରିଷଦରେ ୨୦୨୪-୨୫ ଆର୍ଥିକ ବର୍ଷରେ କୋଟି କୋଟି ଟଙ୍କା ହେରଫେର ର ସ୍ୱତନ୍ତ୍ର ଅଡିଟ ଆଜି ଷଷ୍ଠ ଦିନରେ
Jharsuguda, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦରେ ୨୦୨୪-୨୫ ଆର୍ଥିକ ବର୍ଷରେ କୋଟି କୋଟି ଟଙ୍କା ହେରଫେର ର ସ୍ୱତନ୍ତ୍ର ଅଡିଟ ଆଜି ଷଷ୍ଠ ଦିନରେ ପହଂଚିଛି l ଦୁଇ ଜଣିଆ ଅଡିଟ ଟିମ ଆଜି ସକାଳୁ ସକାଳ ୯ ଟା ରୁ ରାତି ୯ ଟା ଯାଏଁ କାଗଜପତ୍ର ଖୋଲତାଡ ସହ ଆୟ ବ୍ୟୟ ର ଟିକିନିଖି ହିସାବ କରୁଛନ୍ତି l ଅନ୍ୟପଟେ ବେଲପାହାଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଭିଯୋଗ ଆଧାରରେ ଆକାଉଣ୍ଟଟାଣ୍ଟ ବିଭୁତି ସାହୁ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଫେରାର ଥିବା ସାନିଟାରୀ ଏକ୍ସପର୍ଟ ସୋମ୍ୟବିଶ୍ୱରଞ୍ଜନ ମହାଲି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି l