This browser does not support the video element.
କବିସୂର୍ଯ୍ୟନଗର: କୋଦଳା ଏନଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡ (ନୁଆଁପଲ୍ଲୀ) ଠାରେ ସ୍ମଶାନ ଗୃହ ଓ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
Kabisuryanagar, Ganjam | Sep 27, 2025
ବହୁ ବର୍ଷ ଧରି କୋଦଳା ଏନଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡ (ନୁଆଁପଲ୍ଲୀ) ଠାରେ ଏକ ସ୍ମଶାନ ଗୃହ,ନଦୀ ତୁଠ ତଥା ଉକ୍ତ ସ୍ଥାନ ର ପରିମଳ ବ୍ୟବସ୍ଥା ଠିକ ନଥିବାରୁ ସେଠିକାର ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ । ପୂର୍ବ ସରକାରରେ ଏ ସମ୍ପର୍କିତ ବହୁ ବାର ଅଭିଯୋଗ ହୋଇଥିଲେ ବି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିନଥିଲା । ଏହାକୁ ହୃଦୟଙ୍ଗମ କରି କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଏହି କାର୍ଯ୍ୟର କାର୍ଯ୍ୟାଦେଶ ଜାରୀ କରିବା ପରେ ଆଜି ଉକ୍ତ ସ୍ଥାନରେ ପହଞ୍ଚି କାର୍ଯ୍ୟ ର ଶୁଭାରମ୍ଭ କରିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି।